ନୂଆଦିଲ୍ଲୀ: ୟୁଏଇରେ ହେବ ଆଇପିଏଲ ୨୦୨୧ର ଅବଶିଷ୍ଟ ମ୍ୟାଚ୍। ଏନେଇ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି। ବିସିସିଆଇର ଏସଜିଏମ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ସେପ୍ଟେମ୍ବର-ଅକ୍ଟୋବର ମାସରେ ୟୁଏଇରେ ଆଇପିଏଲ ହୋଇପାରେ। ତେବେ କୌଣସି ନିର୍ଦ୍ଦିଷ୍ଟ ତାରିଖ ଏଯାଏଁ ବିସିସିଆଇ ପକ୍ଷରୁ ଘୋଷଣା କରାଯାଇନଥିବା ବେଳେ ଆଇପିଏଲର ବଳକା ୩୧ଟି ମ୍ୟାଚ୍ ୟୁଏଇରେ ହେବ ବୋଲି ସ୍ପଷ୍ଟ ହୋଇଛି। ଉଲ୍ଲେଖଯୋଗ୍ୟ, କରୋନା ପାଇଁ ଆଇପିଏଲ ୨୦୨୧କୁ ଅଧାରୁ ସ୍ଥଗିତ କରିବାକୁ ପଡିଥିଲା। ବିଭିନ୍ନ ଟିମର ଖେଳାଳି ଓ କୋଚ୍ କରୋନାରେ ସଂକ୍ରମିତ ହେବା କାରଣରୁ ଏହାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଥିଲା। ତେବେ ଆଜି ବିସିସିଆଇର ବୈଠକରେ ୟୁଏଇରେ ଆଇପିଏଲ ମ୍ୟାଚ୍ ଖେଳାଯିବା ନେଇ ବଡ ନିଷ୍ପତି ନିଆଯାଇଛି। ସେହିଭଳି ଟି-୨୦ ବିଶ୍ୱକପ ପାଇଁ ମଧ୍ୟ ଆଇସିସିକୁ ସମୟ ମାଗିଛି ବିସିସିଆଇ। ଏଠାରେ ସୂଚନାଯୋଗ୍ୟ, ଚଳିତଥର ଟି-୨୦ ବିଶ୍ୱକପ ଆୟୋଜନ କରିବ ଭାରତ। ତେବେ ଦେଶରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଯାଏଁ ଏହା ବାବଦରେ କୌଣସି ସ୍ପଷ୍ଟ ସଂକେତ ମିଳିପାରୁନାହିଁ।
ବିସିସିଆଇର ବଡ଼ ଘୋଷଣା: ୟୁଏଇରେ ହେବ ଆଇପିଏଲ ୨୦୨୧ର ଅବଶିଷ୍ଟ ମ୍ୟାଚ୍
Share Now: